@@ଅବନୀର ଫାଲତୁ କଥା@@. Abani Mahapatra’s Sambalpuri Blog.
## ଦିନେ ଗଲେ ଯୁଗେ ଗଲା ##.
ଦିନେ ଗଲେ ଯୁଗେ ଗଲା । ଭଲ ଭାବେ ଦିନ କଟଲେ ହେଲା ॥ କାଣାହେବା ଆଜି ପ୍ରଭୁକେ ଜନା ଅଛେ।ସୁଖ , ଦୁଖ କପାଲେ ଲେଖା ହେଇଛେ ॥ ଭବିଷ୍ୟତ ଜାନୁଥଲେ କଥା ସରତା । ସବୁଠାନେ ଘାଁଟି ନାଇଁ ହେତା॥ କେନୁ ଭଲ ଖବର ଆସବା । ଖରାପ ଖବର ଶୁନବାକେ ପଡବା ॥.
କେନୁ ଦୁଇ ପଏସା ଲାଭ ହେବା । କେନଟା ଘାଟାଥିଭି ଯିବା ॥ ଛାଡ ହେ ସବୁ ଇଛେନକା । ମୋର ମୁଡେ ନାନା ଚିନ୍ତା ମାରୁଛେ ଝଟକା ॥ ବହ ପଡିଛେ ଅସପତାଲେ । ନାତି କି ନାତେନ ହେଉ ଭଲେ ॥ କାଲକି ଘରର ଖପର ଉଲଟାମି। ବରଷାଟେ ହେଲେ କେନ୍ତା କରମି ॥.
ଧାନ ଖେତେ ଘାଁସ ବଢିଛେ। ହେଟାମାନେ ଘିଚବାର ଅଛେ॥ ସମଧି କାଁ କରି ଡକେଇଛନ । ଜଲଦି ଆସବ ବଲିଛନ ॥ ଶିରିଧର ମଉଲା ଗୁଆ ଦେଇଛେ । ହେଥିର ସାମାନ ଘିନବାର ଅଛେ ॥ ମାରବାଡି ହଜାରେ ଠୁଙ୍ଗାର ବଏନା ଦେଇଛେ ସେଥିର ତଲ ମୁଟା କରବୁ ବଲିଛେ ॥.
ହରିବାବୁ ଘରକେ ଯିମି କାମକରି । ଭେଣ୍ଡି ବୁଢା ହେଲାନ ନାଇଁ ତୁଲିକରି ॥ ଢେଁକିଟା ଭାଙ୍ଗଲାନ ସାତ ଦିନ ଧରି । ଶୁକୁନୁର ମାଁ ବସିଛେ ଧାନ ନାଇଁ କୁଟି କରି ॥ ସେ ଇଛେନ ମହୁଲ ବେଟି ଯାଉଛେ । ଆନଲା ମହୁଲ ଭାଟିଥି ଦେବାର ଅଛେ ॥ ଲିଆନୁ ଧାନ ନାଇଁ ବାଛଲେ ନାଇଁ ଚଲେ । ଲିଆବଡି କେନତେଇ ହେବା ଭଲେ ॥.
ଅଁଟା ବଥା ଲାଗି ଦେଖାବାର ଅଛେ । ଡାକତରନେ ଲାଇନ ଲଗାବାର ଅଛେ ॥ ଖୁସକୁ ମୁନସିକେ ବାଁଡି ପଟା ଦେଇଥିଲି । ତାହାକେ ପକ୍କାପଟାର ଲାଗି କହିଥିଲି ॥ ହେନତା କେତେ କାମ ଅଛେ ସତେ । ଏକଲା ଲୋକ କରମି କେତେ ॥ ଭାବଲେ ମୁଡ କିନ୍ଦରଉଛେ । ସବୁକାମ ପଡିଛେ ସତେ ॥.
ମୋର କଥା ପଢି ନାଇଁ ହଁସବ । ଦେଖାହେଲେ ତୁମର କଥା ଶୁନାବ ॥ ନାନାଦି ଚିନତା ଭି ତ ତୁମର । ମତେ କହେଲେ କାଁ କରି ପାରମି ତୁମର ॥ ଯାହାର କଥା ସେ ବୁଝୁଥାଉ । ଯାର ଚିନତା ତାହାକେ ଖାଉ ॥ ଦିନେଗଲେ ଯୁଗେ ଗଲା । ଫାଲତୁ କଥା ପଢି, ଜନେ ହେଉତ ଖୁସି ହେଲା ॥ .......(ଅବନୀ ମହାପାତ୍ର).
ଦୟାକରି ମୋ ଚାଁନେଲ କୁ ସମସ୍ତେ ସବସ୍କ୍ରାଇବ କରନ୍ତୁ | ଏବଂ ନୂଆ ଭିଡ଼ିଓ ଗୁଡିକ ଦେଖିବା ପାଇଁ ଘଣ୍ଟି ଆଇକନ୍ ଦବାନ୍ତୁ | .......(ଅବନୀ ମହାପାତ୍ର).